ମଙ୍ଗଳାଯୋଡିର ଦ୍ଵାଦଶ ବାର୍ଷିକ ଶ୍ରୀମଦ୍ଭାଗବତ ସପ୍ତାହ - ମନୁଷ୍ୟ ଆତ୍ମାର ବିକାଶ ଓ ଆଧ୍ୟାତ୍ମିକ ଚେତନାର ଉନ୍ମେଷ ଏକ ସାମାଜିକ ଆବଶ୍ୟକତା

ତା ୧୧/୦୫/୨୦୧୯ - ମଙ୍ଗଳାଯୋଡି, ଖୋରଧା - ଓଁ ନମୋ ଭଗବତେ ବାସୁଦେବାୟଃ । ସମାଜର ଜନମାନସରେ ଶ୍ରୀମଦ୍ଭାଗବତ ମହାପୁରାଣ ପ୍ରତି ଆକର୍ଷଣ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଶ୍ରୀମଦ୍ଭଗବତ ପ୍ରଚାରିଣୀ ସମିତି, ମଙ୍ଗଳାଯୋଡି ଆନୁକୁଲ୍ୟରେ "ଦ୍ଵାଦଶ ବାର୍ଷିକ ଶ୍ରୀମଦ୍ଭାଗବତ ସପ୍ତାହ" ମନୁଷ୍ୟ ଆତ୍ମାର ବିକାଶ ଓ ଆଧ୍ୟାତ୍ମିକ ଚେତନାର ଉନ୍ମେଷ ନିମନ୍ତେ ୧୨/୦୫/୨୦୧୯ ରୁ ୧୮/୦୫/୨୦୧୯ ପର୍ଯ୍ୟନ୍ତ ଦୀର୍ଘ ସପ୍ତ ଦିବସବ୍ୟାପୀ "ଆଧ୍ୟାତ୍ମିକ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ" ଖୋରଧା ଜିଲ୍ଲାର ମଙ୍ଗଳାଯୋଡି ଗ୍ରାମସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ବରେଣ୍ୟ ପ୍ରବଚକ ନିର୍ବାଣ ଭଗବାନ ଦାସ ମହାରାଜ ଏବଂ  କଥାବ୍ୟାସ ଡକ୍ଟର ହରେକୃଷ୍ଣ ହରାଦ୍ରୀ ଙ୍କ ଦ୍ଵାରା ପ୍ରତ୍ୟେହ ରାତ୍ର ୮ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଯଥାକ୍ରମେ "ଭାଗବତ ମାହାତ୍ମ୍ୟ" ଏବଂ "ଭଗବାନଙ୍କ ଆବିର୍ଭାବ ଓ ଭକ୍ତ ଭଗବାନ" ପ୍ରସଙ୍ଗ ଉପରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ବଣମଲ୍ଲୀର ମହକ, ମଙ୍ଗଳାଯୋଡି, ଖୋରଧା

Post a Comment

Post a Comment (0)

Previous Post Next Post