ସହକାର ସାହିତ୍ୟ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ରମା କରଙ୍କ ଦେହାନ୍ତ

ତା ୨୨/୦୪/୨୦୧୯ - ବିଶିଷ୍ଟ ସାହିତ୍ୟିକା ତଥା ସମାଜସେବୀ ରମା କର ୮୪ ବର୍ଷ ବୟସରେ ତା ୨୨/୦୪/୨୦୧୯ ରିଖରେ ଇହଧାମ ତ୍ୟାଗ କରିଛନ୍ତି । ସେ ମାସିକ ସାହିତ୍ୟ ପତ୍ରିକା "ସହକାର" ର ସମ୍ପାଦିକା ତଥା ପ୍ରକାଶିକା ଥିବା ସହ ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ମହିଳା ସମିତି, ରେଡକ୍ରସ ସୋସାଇଟ ଆଦି ସଂଗଠନ ସହ ଆଜୀବନ ଜଡିତ ରହି ନିଜକୁ ବିଭିନ୍ନ ସାମାଜିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଆସିଥିଲେ । ସ୍ଵର୍ଗତା ରମା କରଙ୍କ ସ୍ଵାମୀ ବିଚିତ୍ରାନନ୍ଦ କର ଦୈନିକ ମାତୃଭୂମିର ପୂର୍ବତନ ସମ୍ପାଦକ ଥିଲେ ଏବଂ ତାଙ୍କ ପୁତ୍ର ବିକାଶ କର ମଧ୍ୟ ଦୈନିକ ମାତୃଭାଷାର ସମ୍ପାଦକ ଥିଲେ । ଉଭୟ ସ୍ଵାମୀ (ସ୍ଵର୍ଗତ ବିଚିତ୍ରାନନ୍ଦ କର) ଏବଂ ପୁତ୍ର (ବିକାଶ କର) ମଧ୍ୟ  ପୂର୍ବରୁ ପରଲୋକ ଗମନ କରିସାରିଛନ୍ତି ।

Post a Comment

Post a Comment (0)

Previous Post Next Post