ସୁବର୍ଣ୍ଣପୁର ଜିଲ୍ଲାର ତ୍ରିକୂଟ ପାହାଡର ପାଦଦେଶରେ ଅବସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର - ଶ୍ରୀ ଜଗନ୍ନାଥଙ୍କ ୧୪୪ ବର୍ଷ ଗୋପନ ନିବାସ

ପାତାଳୀ ଶ୍ରୀକ୍ଷେତ୍ରକୁ ଜାଣନ୍ତିକି ? ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏକ ଐତିହାସିକ ସ୍ଥାନ । ଓଡିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଅବସ୍ଥିତ ଏହି ଧର୍ମ କ୍ଷେତ୍ରଟି ଶାକ୍ତ, ବୌଦ୍ଧ ଏବଂ ବୈଷ୍ଣବ ଧର୍ମର ସମନ୍ଵୟ ପୀଠ ଭାବେ ପରିଚିତ । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସବ-ଡିଭିଜନ ଅନ୍ତର୍ଗତ କୋଟସାମଲାଇ ନିକଟରେ ଥିବା ତ୍ରିକୂଟ ପର୍ବତର ପାଦଦେଶରେ ଏହି ପବିତ୍ର ପୀଠଟି ଅବସ୍ଥିତ । ଏଠାରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ୧୪୪ ବର୍ଷ ପର୍ଯ୍ୟନ୍ତ ଗୋପନରେ ରହିଥିଲେ । ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ରକ୍ତବାହୁଙ୍କ  ଆକ୍ରମଣ ସମୟରେ ଓଡିଶାର ରାଜା ଶୋଭନାଦେବ ନିଜକୁ ତଥା ନିଜ ରାଜ୍ୟର ବଡଠାକୁରଙ୍କୁ ଦୁଷ୍ଟ ରାଜାର କବଳରୁ ରକ୍ଷା କରିବା ପାଇଁ ଏହି ସ୍ଥାନକୁ ଚାଲିଆସିଥିଲେ ଏବଂ ତ୍ରିକୂଟ ପର୍ବତର ଏକ ଅନ୍ଧକାର ଗୁମ୍ଫାରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ଦାରୁ ମୂର୍ତ୍ତିକୁ ଲୁଚାଇ ରଖିଥିଲେ । ଦୀର୍ଘ ୧୪୪ ବର୍ଷ ପରେ ସୋମବଂଶୀ ରାଜା ଯଯାତିକେଶରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କର ଏହି ତିନି ମୂର୍ତ୍ତିଙ୍କୁ ଉଦ୍ଧାର କରି ପୁରୀକୁ ଆଣିଥିଲେ । ତେଣୁ ଏହି ସ୍ଥାନଟି ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ । ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏହି ସ୍ଥାନରେ ଆଜି ପର୍ଯ୍ୟନ୍ତ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ତିନିଠାକୁରଙ୍କ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ଏହା ଓଡିଶାର ଏକ ମହାନ ତୀର୍ଥ କ୍ଷେତ୍ର ଭାବେ ପରିଚିତ ।
ତଥ୍ୟ - ଲକ୍ଷ୍ମୀନାରାୟଣ, ବଣମଲ୍ଲୀର ମହକ

Post a Comment

Post a Comment (0)

Previous Post Next Post