ଅତିବଡି ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ - ସଂସାରିକ ଜୀବନ ନିମନ୍ତେ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ



ଶ୍ରୀ ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତ ଓଡିଶାର ପ୍ରତିଟି ଘରେ ଘରେ ପରିଚିତ । ସଂସାରିକ ଜୀବନରେ ଏହାର ଅତ୍ୟନ୍ତ ଉପାଦେୟତା ଅନୁଭୁତ ହୁଏ । ସାମାଜିକ ଜୀବନକୁ ସରସ, ସୁନ୍ଦର ଏବଂ ସୁଗମ କରିବା ସହିତ ମନୁଷ୍ୟ ଜୀବନରେ ଆଧ୍ୟାତ୍ମିକ ଚେତନାର ଉନ୍ମେଷ ହିଁ ଏହି ଗ୍ରନ୍ଥର ମୁଳ ଲକ୍ଷ୍ୟ । ନବାକ୍ଷରୀ ଛନ୍ଦରେ ରଚିତ ଏହି ମହା ଗ୍ରନ୍ଥ ୧୨ ଗୋଟି ସ୍କନ୍ଦ ବା ଭାଗରେ ବିଭକ୍ତ ଏବଂ ପଂଚଦଶ ଶତାଦ୍ଦୀରୁ ଓଡିଶାର ପୁର ପଲ୍ଲୀର ଭାଗବତ ଟୁଂଗୀ ମାନଂକରେ ଅଦ୍ୟାବଧି ପ୍ରଚଳିତ । ପ୍ରାଚୀନ ଓଡିଆ ସାହିତ୍ୟର ମୁକ଼୍ତା ହିସାବରେ ଏହି ଗ୍ରନ୍ଥକୁ ବିଚାର କରାଯାଏ । ଶ୍ରୀ ଚୈତନ୍ୟଙ୍କ ସମସାମୟିକ ଜଗନ୍ନାଥ ଦାସ ଥିଲେ ପଂଚସଖା ମାନଙ୍କ  ମଧ୍ୟରୁ ଜଣେ । କପିଳେଶ୍ଵରଶାସନର ଏକ ଉତ୍କଳୀୟ ପୁରାଣ ପଣ୍ଡା ପରିବାରରେ ପିତା ଭଗବାନ ଦାସ ଏବଂ ମାତା ପଦ୍ମାବତୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଶ୍ରୀ ଜଗନ୍ନାଥ ଦାସ । ଶ୍ରୀମନ୍ଦିରର କଳ୍ପବଟ ନିକଟରେ ଶ୍ରୀ ଚୈତନ୍ୟଙ୍କ ସହ ତାଙ୍କର ବନ୍ଧୁତ୍ବ ସ୍ଥାପନ ହେବା ସହ ପଂଚସଖା ମାନଙ୍କ ମଧ୍ୟରେ ସ୍ଵତନ୍ତ୍ରତା ଯୋଗୁଁ  ଶ୍ରୀ ଚୈତନ୍ୟ ତାଙ୍କୁ ‘ଅତିବଡି’ ଉପାଧିରେ ଭୂଷିତ କରିଥିଲେ ।
ତଥ୍ୟ - ଲକ୍ଷ୍ମୀନାରାୟଣ, ବଣମଲ୍ଲୀର ମହକ

Post a Comment

Post a Comment (0)

Previous Post Next Post