ଓଡିଆ ସାହିତ୍ୟ ଜଗତକୁ ନାରୀକବି କୁନ୍ତଳା କୁମାରୀଙ୍କ ଅତୁଳନୀୟ ଦାନ

ନାରୀ କବି କୁନ୍ତଳା କୁମାରୀ ସାବତ ଜଣେ ବହୁମୂଖୀ ପ୍ରତିଭାର ଅଧିକାରିଣୀ ଥିଲେ । ନିଜ ସ୍ୱଳ୍ପ ଜୀବନ କାଳ ମଧ୍ୟରେ ସେ ବହୁ କାବ୍ୟ-କବିତା, ଉପନ୍ୟାସ ଓ ପ୍ରବନ୍ଧ ଆଦି ଲେଖି ବିଭିନ୍ନ ପତ୍ର-ପତ୍ରିକା ତଥା ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡିତ ରହି ଚିର ସ୍ମରଣୀୟ ହୋଇ ରହିଛନ୍ତି । ଓଡିଶାର ବିଛିନ୍ନାଂଚଳ ଜଗଦଳପୁର ଠାରେ ୧୯୦୦ ମସିହା ଜନୁୟାରୀ ୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ତତ୍କାଳୀନ ବିଛିନ୍ନାଂଚଳରେ ସେତେବେଳେ ଓଡିଆ ସ୍କୁଲ ନଥିବାରୁ ମାଆଙ୍କ ଠାରୁ ଓଡିଆ ଶିକ୍ଷା କରିଥିଲେ ଏବଂ ୧୩ ବର୍ଷ ବୟସ ପର୍ଯ୍ୟନ୍ତ ସେ କୌଣସି ସ୍କୁଲ ଯାଇନଥିଲେ । ପରବର୍ତ୍ତୀ ସମୟରେ ସେ ଡାକ୍ତରୀ ପଢା ସାରି ଜଣେ ପ୍ରତିଷ୍ଠିତ ଡାକ୍ତର ହୋଇ ପାରିଥିଲେ । ଓଡିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଦାନ ଅତୁଳନୀୟ । ̎ ଉତ୍କଳ ସାହିତ୍ୟ" ପରି ବହୁ ବିଖ୍ୟାତ ପତ୍ର-ପତ୍ରିକାର ପ୍ରକାଶନ କରିବା ସହିତ ଅନେକ ଗଳ୍ପ, କବିତା, ଉପନ୍ୟାସ ଆଦି ଲେଖି ସେ ଖୁବ୍ ବିଖ୍ୟାତ ହୋଇ ପାରିଥିଲେ । ଜଣେ ନାରୀ କବି ଭାବେ ଯଥେଷ୍ଠ ଖ୍ୟାତି ଅର୍ଜନ କରି ପୁରସ୍କୃତ ମଧ୍ୟ ହୋଇଥିଲେ । ସେ ହେଉଛନ୍ତି ଭାରତର ପ୍ରଥମ ନାରୀ, ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଦେଶ ସ୍ୱାଧୀନ ହେଲା ପରେ ସେ ସଂଯୁକ୍ତ ରାଷ୍ଟ୍ରର ଅଧ୍ୟକ୍ଷା ପଦବୀରେ ଅଧିଷ୍ଠିତା ହୋଇଥିଲେ । ଏବଂ ରାଜ୍ୟପାଳ ଓ ରାଷ୍ଟ୍ରଦୂତ ପରି ଗୁରୁତ୍ୱପୁର୍ଣ୍ଣ ପଦବୀରେ ମଧ୍ୟ ରହିପାରିଥିଲେ ।
ତଥ୍ୟ - ଲକ୍ଷ୍ମୀନାରାୟଣ, ବଣମଲ୍ଲୀର ମହକ

Post a Comment

Post a Comment (0)

Previous Post Next Post