କଳାବିନୋଦ ଚେତନା ପରିଷଦ ପକ୍ଷରୁ ଖୋରଧାସ୍ଥିତ ଗୀତାଭବନ ଠାରେ କବୟିତ୍ରୀ କଳା ପଟ୍ଟନାୟକ ସାରସ୍ଵତ ମଞ୍ଚ ପ୍ରସ୍ତୁତି ଓ ମାସିକ ସଂସ୍କୃତି ଚର୍ଚ୍ଚା

ତା ୨୨/୦୪/୨୦୧୯ - ଜାତୀୟତାବାଦୀ ଓଡିଆ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ସଂଗଠନ "କଳାବିନୋଦ ଚେତନା ପରିଷଦ" ପକ୍ଷରୁ ତା ୨୮/୦୪/୨୦୧୯ ରିଖ ସମୟ ୩:୩୦ ଘଟିକା ସମୟରେ ଖୋରଧାସ୍ଥିତ ଗୀତାଭବନ ଠାରେ କବୟିତ୍ରୀ କଳା ପଟ୍ଟନାୟକ ସାରସ୍ଵତ ମଞ୍ଚ ପ୍ରସ୍ତୁତି ଓ ମାସିକ ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ ହେବ । ଚଳିତ ମାସରେ ଚର୍ଚ୍ଚାର ବିଷୟରେ ରହିଛି "ଉତ୍କଳୀୟ ସଂସ୍କୃତିରେ ବିଷୁବ ସଙ୍କ୍ରାନ୍ତି ଏବଂ ଚୈତ୍ର ପୂର୍ଣ୍ଣିମା" । ଏହି ଅବସରରେ ବିଷୁବ ସଙ୍କ୍ରାନ୍ତି ଏବଂ ଓଡିଆ ନବବର୍ଷ ଉପରେ କବିତା ପାଠୋତ୍ସବର ଆୟୋଜନ ହେବା ସହ ଐତିହାସିକ ଗବେଷଣାତ୍ମକ ପତ୍ରିକା "ତ୍ରିକଳିଙ୍ଗ" ର ଦ୍ଵିତୀୟ ସଂଖ୍ୟା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ବିପିନ ବିହାରୀ ମହାନ୍ତି ଏବଂ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ ଯୋଗଦେବା ସହ ନୀଳାଦ୍ରି ଜଗଦେବ ଓ ବିକ୍ରମ ଚମ୍ପତ୍ତି କାର୍ଯ୍ୟକ୍ରମର ସଂଯୋଜନା କରିବେ ।

Post a Comment

Post a Comment (0)

Previous Post Next Post