ସ୍ୱାଭିମାନ ଦିବସ ଅବସରରେ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ତେଲକୋଇ ବ୍ଲକ ସମ୍ବାଦ ସାହିତ୍ୟି ଘର ପକ୍ଷରୁ "କବିରତ୍ନ" ସମ୍ମାନ ପ୍ରଦାନ

ତା - ୨୮/୦୪/୨୦୧୯ - କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସମ୍ବାଦ ସାହିତ୍ୟି ଘର ତରଫରୁ ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ସ୍ୱାଭିମାନ ଦିଵସ ମହାସମାରୋହରେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ସମ୍ବାଦ ସାମ୍ବାଦିକ ବିରଞ୍ଚି ବେହେରାଙ୍କ ଉଦ୍ୟମରେ ଏକ ସଭାର ଆୟୋଜନ କରାଯାଇ ଧୂପ ପ୍ରଜ୍ଜ୍ଵଳନ,ପୁଷ୍ପ ଚନ୍ଦନ ଆର୍ପଣ, ଉତ୍କଳ ସଂଗୀତ ଗାନ କରାଯାଇଥିଲା । ସଭାପତି ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବାବୁଲାଲ ପ୍ରଧାନ, ମୁଖ୍ୟବକ୍ତା ଖଗେଶ୍ୱର ମହାନ୍ତ,ସଂଯୋଜକ ବସୁଦେବ ପ୍ରଧାନ, ସମାଜସେବୀ ପ୍ରଫୁଲ୍ଲ ସାହୁ, ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ ଓ ଶିକ୍ଷାବିତ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି ଦିବସର ତାତ୍ପର୍ଯ୍ୟ ଓ ସ୍ୱାଭିମାନ ଓଡ଼ିଆଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ବିଜୟ ପ୍ରଧାନଙ୍କ ସଂଗୀତ ଗାନ ଓ ନାରାୟଣ ସେନାପତିଙ୍କ ଉତକଳଗୌରବ କବିତା ପଠନ ସଭାରେ ଆଲୋଡ଼ନ ସୃଷ୍ଟି କରିଥିଲା । ବିଶେଷତଃ ସମ୍ବାଦ ସାହିତ୍ୟି ଘର ତରଫରୁ କଳ୍ପନା କବିରତ୍ନ ତଥା ଷ୍ଟୋରୀ ମିରର ସାହିତ୍ୟି କର୍ଣ୍ଣେଲ ଉପାଧୀ ପାଇଥିବା ସୁନ୍ଦର ମୋ ଭାଷା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ସମ୍ବାଦଘର ତରଫରୁ ସ୍ୱାଭମାନର ସହ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ସେନାପତି କେନ୍ଦୁଝର ଜିଲ୍ଲା ହାତଡିହୀ ବ୍ଲକ ଜମ୍ଭରା ଗ୍ରାମର ସଙ୍ଗୀତଜ୍ଞ ସ୍ବର୍ଗତ ଚକ୍ରଧର ସେନାପତିଙ୍କ ଜ୍ୟେଷ୍ଠ ପୁତ୍ର ତଥା ତେଲକୋଇ ବ୍ଲକ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କୃତୀ ଶିକ୍ଷକ । ସାମ୍ବାଦିକ ବିରଞ୍ଚି ବେହେରାଙ୍କ ଉଦ୍ୟମରେ ବିଭିନ୍ନ ସାହିତ୍ୟି ସଂସଦର ସଦସ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଏ ଉଦ୍ୟମକୁ ସାଧୁବାଦ ଦେଇଥିଲେ ।

Post a Comment

Post a Comment (0)

Previous Post Next Post