କୁଲତା ଏକତା ଦିବସ ଅବସରରେ ରାମଚଣ୍ଡୀ ଯୁବବାହିନୀ ପକ୍ଷରୁ ସାରସ୍ଵତ ସମ୍ମିଳନୀ

ତା ୧୯/୦୪/୨୦୧୯ - ବଲାଙ୍ଗୀର ଜିଲ୍ଲା - ଆଜି ଡାଙ୍ଗବାହାଲ ଗ୍ରାମରେ କୁଲତା ଏକତା ଦିବସ ଅବସରରେ ରାମଚଣ୍ଡୀ ଯୁବବାହିନୀ ପକ୍ଷରୁ ଅନେକ ସାରସ୍ଵତ ସାଧକ ସାଧିକା ତଥା କବି କବୟିତ୍ରୀ ମାନଙ୍କ ଗହଣରେ ଏକ ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାରସ୍ଵତ ସମ୍ମିଳନୀରେ ବିଭିନ୍ନ ଅଞ୍ଚଳରୁ ଶହସ୍ରାଧିକ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ବୃନ୍ଦ ଯୋଗଦାନ କରିଥିଲେ । କବି ଓ କବୟିତ୍ରୀ ମାନଙ୍କ ମଧ୍ୟରେ ହରିଲାଲ ସାହୁ, ଅହଲ୍ୟା ପଧାନ, ଉତ୍ତମା ପଧାନ, ଏବଂ ହାର୍ବାଲ ଗବେଷକ ତଥା କବି ଭକ୍ତବନ୍ଧୁ ବିଶ୍ଵାଳଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Reported By Bhaktabandhu Biswal

Post a Comment

Post a Comment (0)

Previous Post Next Post