ବଣମଲ୍ଲୀର ମହକ ପ୍ରେସ ବିଜ୍ଞପ୍ତି


ତା - ୦୩/୦୨/୨୦୧୯ ରିଖ ରବିବାର ଦିନ ଖୋରଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରସ୍ଥ ମୈତ୍ରୀ ଭବନରେ ନିର୍ମାଲ୍ୟ ସ୍ଵାଗତିକା ସାହିତ୍ୟ ସଂସଦର ଷୋଡଶ ବାର୍ଷିକ କବିତା ସଂକଳନ ଉନ୍ମୋଚନ ହେବା ସହ ନିର୍ମାଲ୍ୟ ସ୍ଵାଗତିକା-ବଣମଲ୍ଲୀର ମହକ-କବିର ଘର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ଵତ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବର୍ଷୀୟାନ କବି ଯମେଶ୍ଵର କହଲସିଂହଙ୍କ ସଭାପତିତ୍ଵରେ ଏହି ସାହିତ୍ୟ ଆସର ସୂଚାରୁରୂପେ ସମ୍ପାଦିତ ହୋଇଥିଲା । ରାଜ୍ୟର ଅନେକ ଦୂରଦୂରାନ୍ତରୁ କବି ଓ ଲେଖକ ଲେଖିକା ମାନେ ଯୋଗଦାନ କରି ନିଜର ସ୍ଵରଚିତ କବିତାପାଠ କରିବା ସହ ନିଜ ସୃଜନଶୀଳତାର ପରିଚୟ ଦେଇଥିଲେ । ଏହି ଅବସରରେ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଏହି ପବିତ୍ର ସାରସ୍ଵତ ସମାରୋହକୁ ଉଦ୍ଘାଟନ କରିଥିଲେ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ତଥା କବି ଅଭୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ବରିଷ୍ଠ ସାହିତ୍ୟିକ ତଥା ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି (ମୁଖ୍ୟବକ୍ତା), ସମ୍ମାନିତ ଅତିଥି ଭାବେ ଐତିହାସିକ ତଥା ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ସତ୍ୟବାଦୀ ବଳିଆରସିଂହ, ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତଥା ଆଧ୍ୟାତ୍ମିକ କବି ଇଂ ଦୀପ୍ତି ରଞ୍ଜନ ପଣ୍ଡା ଏବଂ ଗାଳ୍ପିକ ପଦ୍ମଜା ପାଳ ଆଦି ବରିଷ୍ଠ ସାହିତ୍ୟିକ ମାନେ ସମ୍ମାନିତ ଅତିଥି ରୂପେ ଯୋଗ ଦେବା ସହ ବଣମଲ୍ଲୀର ମହକର ପ୍ରତିଷ୍ଠାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସ୍ଵାଗତ ଭାଷଣ ପାଠ କରିଥିଲେ । ସଂଯୋଜନା ଦାୟିତ୍ଵରେ ଥିଲେ ସୂର୍ଯ୍ୟ ମହାନ୍ତି (କବି), ଗୋପୀନାଥ ଦାଶ (ସମ୍ପାଦକ-ସପ୍ତଫେଣୀ), ଅକ୍ଷିଳେଶ ମହାପାତ୍ର (ସମ୍ପାଦକ-ଭରସା) ଏବଂ ବିଶ୍ଵମିତ୍ରା ମିଶ୍ର (ଘୋଷିକା-ଆକାଶବାଣୀ) । ଏହାଛଡା ନିଶିକାନ୍ତ କହଲସିଂହ, ତ୍ରିଲୋଚନ ଦାସ, କପିଳାସ ସାମନ୍ତରାୟ, ସଲିଳ କୁମାର ସ୍ଵାଇଁ, ସେବତୀ ପରିଡା, ହରିହର ତ୍ରିପାଠୀ, ଜ୍ଞାନରଞ୍ଜନ ଦାଶ, ସିଦ୍ଧେଶ୍ଵର ତ୍ରିପାଠୀ, ଅଧ୍ୟାପିକା ଦେବାହୁତୀ ପଟ୍ଟନାୟକ, କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଏବଂ କବି ପ୍ରସନ୍ନ କୁମାର ମଙ୍ଗରାଜ ପ୍ରମୁଖ ସୂଚାରୁ ସମ୍ପାଦନା କରି ଏହି ଆସରକୁ ସାଫଲ୍ୟମଣ୍ଡିତ କରିଥିଲେ । କବି ନିଶିକାନ୍ତ କହଲସିଂହଙ୍କ ସମ୍ପାଦନାରେ "ନିର୍ମାଲ୍ୟ ସ୍ଵାଗତିକା" ବାର୍ଷିକ କବିତା ସଂକଳନ ଉନ୍ମୋଚନ ହେବା ସହିତ କବି ପ୍ରମିଳା ମହଲାଙ୍କ ରଚିତ "ଶେଷ ରାଗିଣୀର ଛନ୍ଦ", କବି ଯୋଗେନ୍ଦ୍ର ବାରିକଙ୍କ "ଭକ୍ତି ସୁଧାବାରି", କବି ଅନ୍ତର୍ଯ୍ୟାମି ଜେନାଙ୍କ "ମୋ କବିତା - ତୃତୀୟ ଭାଗ" କବି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ "ଆଦ୍ୟାର୍ଘ" ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା । ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ଥିଲେ, ତ୍ରିନାଥ ମହାପାତ୍ର ଓ ସତ୍ୟନାରାୟଣ ମହାପାତ୍ର (ନିର୍ମାଲ୍ୟ ସ୍ଵାଗତିକା ପିତା ପୁତ୍ର ସମ୍ମାନ), ସୁନୀଲ ମିଶ୍ର, ବରିଷ୍ଠ ଔପନ୍ୟାସିକ (ବଣମଲ୍ଲୀର ମହକ ସମ୍ମାନ), ନରେନ୍ଦ୍ର କୁମାର ପ୍ରଧାନ, ବରିଷ୍ଠ କବି (କବିର ଘର ସମ୍ମାନ), ଡକ୍ଟର ସୁରେଶ ଛୋଟରାୟ, ବରିଷ୍ଠ ଗାଳ୍ପିକ (ନିର୍ମାଲ୍ୟ କଥା ସମ୍ମାନ), ଏବଂ ଓଡିଆ ସାହିତ୍ୟର ଅନ୍ୟାନ୍ୟ କ୍ଷେତ୍ରରେ ନାଟ୍ୟକାର ଅଜୟ କୁମାର ସେଠୀ, ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ମହାରଣା, ବରିଷ୍ଠ ସାହିତ୍ୟିକ ନୃସିଂହ ଚରଣ ବେହେରା, କବୟତ୍ରୀ ବିଳାସିନୀ ବେହେରା, ଶିଶୁ ଗାଳ୍ପିକା ମିନାକ୍ଷୀ ପାଢୀ ଏବଂ କବି ପ୍ରମୋଦ କୁମାର ପଣ୍ଡାଙ୍କୁ ସାରସ୍ଵତ ସମ୍ମାନରେ ସମ୍ମାନିତ କରାଯିବା ସହ ଯୁବକବି ବାଳକୃଷ୍ଣ ଜେନାଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଶୁଭଶ୍ରୀ ଦାସଙ୍କୁ "ସତ୍ୟଭୈରବ କିଶୋର ପ୍ରତିଭା ସମ୍ମାନ" ପ୍ରଦାନ କରିଥିଲେ ସୁସାହିତ୍ୟିକ ତଥା ଆକାଶବାଣୀର ନାଟ୍ୟ ଅଭିନେତା ସମରଜିତ ପଟ୍ଟନାୟକ । ଏହି ସାହିତ୍ୟ ଆସରରେ ଭାଇଚାରାର ଏକ ଅପୂର୍ବ ସନ୍ଦେଶ ପରିଲକ୍ଷିତ ହୋଇଥିଲା । ଆଲୋଚନାରେ ସୁସାହିତ୍ୟ ସୃଷ୍ଟି ଓ ସମାଜ ଉପଯୋଗୀ ସାହିତ୍ୟର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । ସମୟୋପଯୋଗୀ ଆବଶ୍ୟକତାକୁ ଉପଲବ୍ଧି କରି ମୁଦ୍ରିତ ପତ୍ରିକା ଓ ଇ-ପତ୍ରିକା ମଧ୍ୟରେ ସମନ୍ଵୟ  ସ୍ଥାପନ ଏବଂ ପ୍ରକାଶନର ପଦ୍ଧତ୍ତି ଯାହାହେଉନା କାହିଁକି ପତ୍ରିକା ନିମନ୍ତେ ଉତ୍ତମ ଲେଖା ଚୟନ ଦିଗରେ ଯତ୍ନବାନ ହେବା ନିମ୍ନନ୍ତେ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକ ଓ ସମ୍ପାଦିକା ମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା ।  ଓଡିଶାରେ ପ୍ରଥମକରି ଇ-ସାହିତ୍ୟ ସଂଗଠନ ଓ ମୁଦ୍ରିତ ସାହିତ୍ୟ ସଂଗଠନ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ ଓଡିଆ ସାହିତ୍ୟର ସମୃଦ୍ଧି ନିମନ୍ତେ ଏହି ଆସର ଥିଲା ଏକ ସମୟୋପଯୋଗୀ ବାର୍ତ୍ତା ।




Post a Comment

Post a Comment (0)

Previous Post Next Post